bargarh dadhi bamana temple known as western odisha srikhetra

bargarh dadhi bamana temple known as western odisha srikhetra

ମନ୍ଦିରରେ ଭଗବାନ ଓ ଭକ୍ତ ଏକା ସଙ୍ଗେ ପୂଜା ପାଇଥାନ୍ତି। ଏହାସହ ଗୋଟିଏ ଥାଳିରେ ପ୍ରସାଦ ମଧ୍ୟ ଖାଇଥାନ୍ତି। ଶ୍ରୀମନ୍ଦିର ପରି ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ରୂପେ ପରିଚିତ ବରଗଡ ଜିଲ୍ଲା ଭଟଲିର ଦଧିବାମନ ମନ୍ଦିର।

ଶ୍ରୀମନ୍ଦିର ପରି ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ରୂପେ ପରିଚିତ ବରଗଡ ଜିଲ୍ଲା ଭଟଲିର ଦଧିବାମନ ମନ୍ଦିର।ପୁରୀ ଶ୍ରୀମନ୍ଦିରରେ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରା ପୂଜା ପାଉଥିବା ବେଳେ ଭଟଲି ଠାରେ କିନ୍ତୁ ଭଗବାନ ଜଗନ୍ନାଥ ଦଧିବାମନ ରୂପରେ ପୂଜା ପାଇଥାନ୍ତି।

ଏହି ମନ୍ଦିରରେ ଭଗବାନ ଓ ଭକ୍ତ ଏକା ସଙ୍ଗେ ପୂଜା ପାଇଥାନ୍ତି। ଏହାସହ ଗୋଟିଏ ଥାଳିରେ ପ୍ରସାଦ ମଧ୍ୟ ଖାଇଥାନ୍ତି। ଏପରି ଭକ୍ତ ଓ ଭଗବାନ ଏକାସାଙ୍ଗେ ପୂଜା ପାଉଥିବା ମନ୍ଦିର କୌଣସି ସ୍ଥାନରେ ଦେଖାଯାଏ ନାହିଁ।

ବରଗଡ ସହରରୁ ମାତ୍ର 17 କିଲୋମିଟର ଦୂରରେ ରହିଛି ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର। ଯେଉଁଠାରେ ରଥଯାତ୍ରା ସମୟରେ ପ୍ରବଳ ହୋଇଥାଏ ଭକ୍ତଙ୍କ ଭିଡ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଯେଉଁପରି ଭଗବାନ ପୂଜା ପାଇଥାନ୍ତି ସେହିପରି ପୂଜାର୍ଚ୍ଚନା ଏଠାରେ ଭଗବାନ ଦଧିବାମନ ମନ୍ଦିରରେ ମଧ୍ୟ କରାଯାଇଥାଏ। ମାତ୍ର ଏଠାରେ ନବକଳେବର ହୁଏ ନାହିଁ କି ଅନ୍ନ ଭୋଗ ମଧ୍ୟ କରାଯାଏ ନାହିଁ। ଏଠାରେ କେବଳ ବାଳ ଭୋଗ ଲଗାଯାଇଥାଏ।

କେଉଁ ଆବାହମାନକାଳରୁ ଏଠାରେ ପ୍ରଥମେ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରା ପୂଜା ପାଇ ଆସୁଥିଲେ।କିମ୍ବଦନ୍ତୀ ଅନୁସାରେ 1617 ମସିହାରେ ସମ୍ବଲପୁର ରାଜା ବଳିଆର ସିଂହଙ୍କ ରାଜୁତି ସମୟରେ ଭକ୍ତ ପରମାନନ୍ଦ ସାହୁ ଏଠାରେ ଭଗବାନ ଜଗନ୍ନାଥଙ୍କୁ ସ୍ଥାପନ କରି ପୂଜା କରୁଥିଲେ। ତାଙ୍କର ଜ୍ୟେଷ୍ଠ ବଧୂ କମଳା ଭଗବାନକୁ ନିଷ୍ଠା ମନରେ ଭକ୍ତି କରୁଥିଲେ ଏବଂ ସବୁବେଳେ କେବଳ ଭଗବାନଙ୍କ ଚରଣାଶ୍ରିତ ସିତ୍ତ ହେବା ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଥିଲେ।

ଥରେ ବୈଶାଖ ମାସ ବିଳମ୍ବିତ ରାତିରେ ଭଗବାନଙ୍କ କୁଡିଆ ମନ୍ଦିରରେ ନିଆଁ ଲାଗିଯାଇଥିଲା । ଭକ୍ତ କମଳାଙ୍କ କାନରେ ଭଗବାନଙ୍କର ତ୍ରାହି ତ୍ରାହି ଶବ୍ଦ ଶୁଣାଯାଇଥିଲା । ଭକ୍ତ କମଳା ନିଆଁକୁ ଖାତିର ନକରି ଭଗବାନ ଜଗନ୍ନାଥଙ୍କ ମୂର୍ତ୍ତିକୁ ଯାଇ ଧରିପକାଇଥିଲେ ମାତ୍ର ଆଉ ମନ୍ଦିର ଭିତରୁ ବାହାରି ପାରିନଥିଲେ । ଗ୍ରାମର ଲୋକେ ସେହି ମନ୍ଦିରରୁ କମଳାଙ୍କର ହାଡ ଖଣ୍ଡେ ମଧ୍ୟ ପାଇନଥିଲେ। ଭକ୍ତଙ୍କ କହିବା ଅନୁସାରେ, ଭଗବାନ ସତରେ ଭକ୍ତ କମଳାଙ୍କୁ ଚରଣାଶ୍ରିତ କରି ତାଙ୍କୁ ଉଦ୍ଧାର କରିଦେଇଥିଲେ।

ପରବର୍ତ୍ତୀ ସମୟରେ ଭକ୍ତ ପରମାନନ୍ଦଙ୍କୁ ସପ୍ନାଦେଶ ହୋଇଥିଲା ଯେ ସେହି ଗ୍ରାମରେ ରହିଥିବା ଚକ୍ରତୀର୍ଥ ପୋଖରୀର ପଙ୍କ ଭିତରେ ମୋର ମୂର୍ତ୍ତି ଅଛି ଏବଂ ସେହି ମୂର୍ତ୍ତିକୁ ପୂର୍ବ ସ୍ଥାନରେ ସ୍ଥାପନା କରାଯାଇ ଦଧିବାମନ ନାମରେ ପୂଜା କରାଯାଉ ଏବଂ ଭକ୍ତ କମଳାଙ୍କୁ ମଧ୍ୟ ଭଗବାନଙ୍କ ନିକଟରେ ସ୍ଥାପିତ କରି ଏଠାରେ ଭକ୍ତ ଓ ଭଗବାନ ଉଭୟେ ଏକାଠି ପୂଜାପାଇବେ ବୋଲି ସ୍ଵପ୍ନାଦେଶ ଦେଇଥଲେ। ସେହିଦିନ ଠାରୁ ଏହି ମନ୍ଦିରରେ ଭଗବାନ ଜଗନ୍ନାଥ ଦଧିବାମନ ରୂପରେ ପୂଜା ପାଇଥାନ୍ତି ଏବଂ ତାଙ୍କର ଭକ୍ତ କମଳା ମଧ୍ୟ ତାଙ୍କ ସହିତ ପୂଜାପାଇଥାନ୍ତି।

ରଥଯାତ୍ରା ସମୟରେ ହଜାର ହଜାର ଲୋକଙ୍କ ଭିଡ ଏଠାରେ ଲାଗିଥାଏ ଏବଂ ଭକ୍ତଙ୍କ ମନୋସ୍କାମନା ମଧ୍ୟ ପୂରଣ ହୋଇଥାଏ। ସେଥିପାଇଁ ଛତିଶଗଡ ରାଜ୍ୟ ସହିତ ଦୂର ଦୁରାନ୍ତରୁ ଏଠାକୁ ଭଗବାନଙ୍କ ଦର୍ଶନ ପାଇଁ ଭକ୍ତଗଣ ପହଞ୍ଚିଥାନ୍ତି।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.